![]() |
| Mo Chatrapur |
ଆସନ୍ତା ତା-୧୩-୦୪-୨୦୨୦ ରିଖ ସୋମବାର ଦିନ ମହାବିଷୁବ (ପଣା) ସଂକ୍ରାନ୍ତି ଏବଂ ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମେରୁ ଯାତ୍ରା ଅବସରରେ ଗଞ୍ଜାମ ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ମହୋଦୟ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କେହି ମଧ୍ୟ ଏହି ଯାତ୍ରାକୁ ନଯିବା ପାଇଁ ଅନୁରୋଧ କରିଥିଲେ।
କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ କେହି ମଧ୍ୟ ଘରୁ ନବାହାରି ସାମାଜିକ ଦୂରତା ବଜାୟ ରଖିବା ପାଇଁ ଉପଦେଶ ମଧ୍ୟ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଂଜାମ ପ୍ରସିଦ୍ଧ ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଓ ଦଣ୍ଡ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଥିଲା। ସେହିଭଳି ଭାବେ ଆସନ୍ତାକାଲିର ମେରୁ ଯାତ୍ରା ମଧ୍ୟ ହେବ ନାହିଁ ଏବଂ ଜନସାଧାରଣଙ୍କ ପାଇଁ କୋୖଣସି ଭି ମନ୍ଦିର ଖୋଲା ଯିବ ନାହିଁ , କେବଳ ଜଣେ ପୂଜାରୀ ହିଁ ମନ୍ଦିରକୁ ଯାଇ ପୂଜା କରିପାରିବେ। ସମସ୍ତ ଗଞ୍ଜାମ ବାସୀଙ୍କୁ ଲକଡାଉନ ପାଳନ କରିବା ସହ ଆପଣ ସମସ୍ତେ ଘରେ ରହିବେ ଏବଂ କରୋନାର ଚେନ ଭାଙ୍ଗିବା ନିମନ୍ତେ ସହାୟକ ହେବେ। ଯଦି କେହି ଲକଡାଉନର ନିୟମ ଉଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।


0 Comments