କୃଷି ଗ୍ରାମ ୨୦୨୦ ଅନୁଷ୍ଠିତ ହୋଇଛି
ଛତ୍ରପୁର (୭/୦୧) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଠାରେ ଆଜି ତା-୦୭.୦୧.୨୦୨୦ରିଖ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କୃଷି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ୍ କାଟି ଶୁଭାରମ୍ଭ କରିଛନ୍ତି।
ଏହି ମେଳାରେ ବିଭିନ୍ନ ପ୍ରକାର କୃଷି ସଂଶ୍ଲିଷ୍ଟ ଷ୍ଟଲମାନ ପଡିଛି। ଏହା ସହ ସୁନ୍ଦର ସୁନ୍ଦର ଫୁଲ ଗଛ ସହ ଭଳିକି ଭଳିକି ଔଷଧୀୟ , କୃଷିଜାତ ଶସ୍ୟ , ଗଛ ପ୍ରଦର୍ଶନ କରାଯାଇଛି।
ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ , ବ୍ଲକ ଅଧକ୍ଷ ଏମ୍.ଧନଞ୍ଜୟ ରେଡି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।




0 Comments