Collector Sir During Blood - Donation 

ଛତ୍ରପୁର : କରୋନା ମାହାମାରି ପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାରେ କଦାପି ରକ୍ତର ଅଭାବ ପରିଲକ୍ଷିତ ହେବ ନାହିଁ , ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ। ଅଦ୍ୟ ତା-୧୭-୦୪-୨୦୨୦ରିଖ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ଗ୍ରାମରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ ହୋଇଥିଲା। ଏହି ପରିପେକ୍ଷିରେ ଗଞ୍ଜାମ ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ମହୋଦୟ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ରକ୍ତ ଦାନ ନିମନ୍ତେ ପ୍ରୋତ୍ସାହନ କରିବା ସହ ହଠାତ " ମୁଁ ଏହି ଭ୍ୟାନରେ ରକ୍ତ ଦେବି " ବୋଲି କହି ଭ୍ୟାନ ଉପରକୁ ଚଢିଥିଲେ , ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କରୁ ଆସିଥିବା ଡାକ୍ତର ଏବଂ କର୍ମଚାରୀ ମାନେ ରକ୍ତ ସଂଗ୍ରହ ପାଇଁ ପ୍ରସ୍ତୁତ କରିଥିଲେ ଓ ଜିଲ୍ଲାପାଳ ରକ୍ତ ମଧ୍ୟ ଦାନ କରି ସମସ୍ତ ରକ୍ତଦାତା ମାନଙ୍କ ପାଇଁ ଉଦାହରଣର ପାତ୍ର ବନିଥିଲେ। ଏହି ଭ୍ୟାନରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବ୍ୟବସ୍ଥା ମଧ୍ୟ ରହିଛି ଓ ରକ୍ତଦାତା ମାନେ ଏଥିପାଇଁ ପ୍ରୋତ୍ସାହିତ ହେବେ ଵୋଲି କହିଥିଲେ। 


କରୋନା ବିରୁଦ୍ଧରେ ମୁକାବିଲା କରିବା ପାଇଁ ଯୁଦ୍ଧକାଳିନ ଭିତ୍ତିରେ ଦିନ ରାତିକୁ ଏକ କରି ଜିଲ୍ଲାପାଳ ମହୋଦୟ ଲୋକମାନଙ୍କୁ ସଚେତନତା କରାଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କହିଆସୁଛନ୍ତି। 

ପୂର୍ବରୁ ଜିଲ୍ଲାର ଗ୍ରାମ , ସହର ସର୍ବତ୍ର ରକ୍ତଦାନ ଶିବିରମାନ ଅନୁଷ୍ଠିତ ହୋଇଆସୁଛି। ଏଣିକି ଯେଉଁ ସ୍ଥାନରେ ଶିବିର ନିମନ୍ତେ କିଛି ଅସୁବିଧା ପରିଲକ୍ଷିତ ହେଲେ ସେଠାକୁ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ପହଞ୍ଚି ରକ୍ତ ସଂଗ୍ରହ କରିବ। ରକ୍ତଦାନ ମହା ପୁଣ୍ୟ ଓ ଏହା ମହାନତାର ପରିଚୟ ଵୋଲି କହିଥିଲେ। ଏହି ଅବସରରେ ସମାଜସେବୀ ପିଣ୍ଟୁ ପଟ୍ଟନାୟକ , ସେରଗଡ଼ ବ୍ଳକର ବିଡ଼ିଓ ସୁରଞ୍ଜନ ସାହୁ , ତହସିଲଦାର ଦୟାସିନ୍ଧୁ ପରିଡା , ସିଡିପିଓ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜିତ ପାତ୍ରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।