![]() |
| mo chatrapur |
ଛତ୍ରପୁର : କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆଗାମୀ ମଇ ମାସ ୩ ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ତାଲାବନ୍ଦ ଲକଡାଉନ ଜାରି ରହିବ କିନ୍ତୁ କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ଥିବା ରାଜ୍ୟ ମାନଙ୍କରେ ଲକଡାଉନକୁ କୋହଳ କରିବା ପାଇଁ ଗାଇଡ଼ଲାଇନ ଜାରି ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ଆଜି ସୋମବାର ଠାରୁ ଗଞ୍ଜାମ ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ମହୋଦୟ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ନିଷ୍ପତ୍ତି ଅନୁସାରେ ଜିଲ୍ଲାରେ ଲକଡାଉନକୁ ସାମ୍ୟକ କୋହଳ କରାଯିବ।
ନିତ୍ୟଵ୍ୟଵହାର୍ଯ୍ୟ ସାମଗ୍ରୀ ଦୋକାନ ଗୁଡିକ ଦିନ ତମାମ ଖୋଲା ରହିବା ସହ " ମାସ୍କ ନାହିଁ ତ ସାମଗ୍ରୀ ନାହିଁ " ବୋଲି ଦୋକାନ ମାନଙ୍କରେ ଲେଖିବା ସହ ସେହି ଦୋକାନ ମାନଙ୍କରେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିବାକୁ ଓ ମାସ୍କର ବାଧ୍ୟତାମୂଳକ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏ ସବୁର ତଦାରଖ ନିମନ୍ତେ ଏକ କମିଟି ଗଠନ କରାଯାଇଛି। ଏ ସବୁର ଖିଲାଫ କରିଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଦୋକାନ ଗୁଡିକୁ ଅବିଳମ୍ବେ ସିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅତ୍ୟାବଶ୍ୟକ ସେବା ନିମନ୍ତେ ମଟରସାଇକେଲରେ ଜଣେ ହିଁ ଚାଳକ ଏବଂ କାରରେ ଦୁଇ ଜଣ ହିଁ ବ୍ୟବହାର କରିପାରିବେ। ।ମନ୍ଦିର ,ମସଜିଦ , ଚର୍ଚ୍ଚ, ସମସ୍ତ ଧର୍ମାନୁଷ୍ଠାନ , ଶିକ୍ଷାନୁଷ୍ଠାନ , ପବ୍ଲିକ ଟ୍ରାନ୍ସପୋର୍ଟ ଏବଂ ରାସ୍ତା କଡରେ ଥିବା ସମସ୍ତ ଠେଲା , ପାନ , ଗୁଟୁଖା , ମଦ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।
ଆଜିଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହିବ ଏବଂ ଯଥାରୀତି ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିବାହ କାର୍ଯ୍ୟରେ କେବଳ ହିଁ କେବଳ ଦଶଜଣ ଓ ମୃତକ କାର୍ଯ୍ୟରେ କୋଡିଏ ଜଣ ହିଁ ଏକତ୍ରିତ ହୋଇପାରିବେ।
ଯଦି ଜନସାଧାରଣ ମାନେ ଏହି ନିୟମାବଳିକୁ ଶୃଙ୍ଖଳାର ସହ ପାଳନ କରନ୍ତି ତେବେ ଆଗକୁ ଏ ସବୁକୁ ସମ୍ପୂର୍ଣ୍ଣ କୋହଳ କରାଯିବ ଏବଂ ଯେଉଁଠାରେ କିଛି ଭି ବିଶୃଙ୍ଖଳା ଦୃଷ୍ଟିଗୋଚର ହେଲେ ସମସ୍ତ ସୁବିଧା ପ୍ରତ୍ୟାହାର କରିଯିବ ବୋଲି ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି


0 Comments