ପୁଣି ଦୁଇ ସପ୍ତାହ ବଢ଼ିଲା ଲକଡାଉନ ଅବଧି


ତୃତୀୟ ପର୍ଯ୍ୟାୟ ଲକଡାଉନ; ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଏହାକୁ ଆଖି ଆଗରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ  Disaster Management Act, 2005 ଅନୁସାରେ ଲକଡାଉନ ଅବଧିକୁ ପୁନର୍ବାର ଦୁଇ ସପ୍ତାହ ବଢ଼ାଇବା ପାଇଁ  ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରକାରେ ମଇ ୩ ରେ ଶେଷ ହେବାକୁ ଥିବା ଲକଡାଉନ ବର୍ତ୍ତମାନ ମଇ ୧୭ ରାତ୍ର ୧୨ ଘଣ୍ଟ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଆଜିସୁଦ୍ଧା କରୋନା ମାହାମାରିରେ ଆମ ଦେଶରେ ୩୫,୩୬୨ ଟି ପଜିଟିଭ କେସ ସହ ବହୁତ ଦୁଃଖର କଥା ଏହିକି ଯେ,  ୧୧୫୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।

ବର୍ତ୍ତମାନ ସୁଦ୍ଧା ଦେଶର ୧୩୦ଜିଲ୍ଲା ରେଡ଼ ଜୋନ , ୨୮୪ ଜିଲ୍ଲା ଅରେଞ୍ଜ ଜୋନ ଏବଂ ୩୧୯ ଜିଲ୍ଲା ଗ୍ରୀନ ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି। ତୃତୀୟ ପର୍ଯ୍ୟାୟ ଲକଡାଉନରେ ଦୈନନ୍ଦିନ ଜୀବନଯାପନରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ଯଥା:-
* ସ୍କୁଲ, କଲେଜ, ହୋଟେଲ, ରେଷ୍ଟୁରାଣ୍ଟ, ଧର୍ମାନୁଷ୍ଠାନ,ସପିଂ ମଲ୍, ସିନେମା ହଲ, ଜିମ୍ନାସିୟମ ସବୁ ବନ୍ଦ ରହିବ।
*ବିମାନ, ରେଳ, ଅନ୍ତଃରାଜ୍ୟ ସଡ଼କ ରେ ଚଳାଚଳ ଉପରେ କଟକଣା
* Sleective purpose ରେ ଫଶିଥିବା ଲୋକଙ୍କ ପାଇଁ ହିଁ ବସ, ଟ୍ରେନର ବ୍ୟବହାର କରାଯାଇପାରିବ
* ମାଲ ପରିବହନ ସ୍ୱାଭାବିକ ରହିବ।
* କାରରେ ଚାଳକଙ୍କ ସହ କେବଳ ୨ ଜଣ ଏବଂ ମଟର ସାଇକେଲରେ ଚାଳକଙ୍କ ସହ ଜଣେ ହିଁ ଯାତ୍ରା କରିପାରିବେ
* Industry ଏବଂ Banking କ୍ଷେତ୍ରରେ ଆଗ ଅପେକ୍ଷା ଅଧିକ କାମ କରିବେ
* ପ୍ରାଇଭେଟ ଅଫିସ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ
* ନିର୍ମାଣ କାମରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯିବ।