ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍ଉଡ଼ାଉନ୍ ଘୋଷଣା ! ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ।
ଆଜିଠୁ ଜୁନ୍ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଲକ୍ଡାଉନ୍ କଟକଣା ଆହୁରି କଡ଼ାକଡ଼ି ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ମହୋଦୟ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍.ପି ବ୍ରିଜେଶ କୁମାର ରାଏ ଏହି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଜୁନ୍ ମାସ ୧୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ଜାରି ରହିବ। ଏହି ଲକ୍ଡାଉନ୍ ଅବଧି ସମୟ ମଧ୍ୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ମେଡିକାଲ ସେବା, ଔଷଧ ଦୋକାନ ଖୋଲା ରହିବ। ଏଥିସହ କୃଷି ଓ ମନେରେଗା କାମ ଚାଲୁ ରହିବ। କିନ୍ତୁ ବସ୍, କାର, ଅଟୋ ଚଳାଚଳ ୩୦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ।
ଦିନ ୧୨ଟା ପରେ କେହି ମଧ୍ୟ ଘରୁ ବାହାରକୁ ବାହାରି ପାରିବେ ନାହିଁ। ଯିଏ ବି ବାହାରିବେ ସେମାନଙ୍କ ପାଖରେ ପାସ୍ ଥିବା ଆବଶ୍ୟକ। ଚଳିତ ଥର କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯାଇଛି। ଯେଉଁମାନେ ବି ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ଼ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର ଓ ରବିବାର ପୂର୍ବ ଘୋଷଣା ଅନୁସାରେ ସଟ୍ଡାଉନ୍ ଯଥାବିଧି ଚାଲୁ ରହିବ। ଏହାସହ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବା ଅନୁଯାୟୀ, ସମ୍ଭବତଃ ପ୍ରାୟ ସମସ୍ତ ପ୍ରବାସୀ ଓଡିଆ ନିଜ ଭିଟାମାଟିକୁ ଫେରି ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରବାସୀ ନିଜ ରାଜ୍ୟକୁ ଫେରି ଆସିଛନ୍ତି । ଆଉ ପ୍ରବାସୀ ଫେରିବାର କୌଣସି ଅଶା ନାହିଁ । ଜିଲ୍ଲାରେ ୬୮୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଇତିମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି। ତେଣୁ ଆଜିଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ଲକ୍ଡ଼ାଉନର ଘୋଷଣା କରାଯାଇଛି ।

0 Comments